ବଲାଙ୍ଗିର,ଏନ୍ଏନ୍ଏସ୍: ପ୍ରଦେଶ କଂଗ୍ରେସ କମିଟି ଡାକରାରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଏବଂ ଉପ-ସଭାପତି ସନ୍ତକ ବହିଦାରଙ୍କ ସଂଯୋଜନାରେ କଂଗ୍ରେସ କର୍ମୀମାନଙ୍କୁ ନେଇ ପ୍ରଥମେ ଭାଗିରଥି ଛକ ସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଏକ ବିରାଟ ଶୋଭାଯାତ୍ରା ବାହାରି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ବେକାରି ସମସ୍ୟା, ଅଗ୍ନିପଥ ଯୋଜନା, ମୁଡି, ଖଇ, ଗୁଡ ପ୍ରଭୃତିରେ ଜିଏସ୍ଟି ଲାଗୁ ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ପ୍ରତିବାଦ କରାଯାଇଛି।
ପିସିସି ସମ୍ପାଦକ ଉମାଶଙ୍କର ପଣ୍ଡା, ଉମାକାନ୍ତ ସାହୁ, ରାଜ୍ୟ କଂଗ୍ରେସ ସମ୍ପାଦକ ଅଜୟ ବାଲି, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଝୁଲୁ ପଟ୍ଟନାୟକ, ରାଜ୍ୟ କିଶାନ କଂଗ୍ରେସ ସମ୍ପାଦକ ସରୋଜ ରଥ, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ନାରୀ ନେତ୍ରୀ ସାଇନା ବେଗମ, ନାସିର ଖାନ ପ୍ରମୁଖ ବିଶୋଦଗାର କରିଥିବା ବେଳେ ଜ୍ୟୋତିଷ ମିଶ୍ର, କୈଳାସ ମିଶ୍ର, ଗଗନ ନାଥ, ଜୟ ସାହୁ, ଶଙ୍କର ପୁରୋହିତ, ହରି ନନ୍ଦ, ଲଳିତ ପଟେଲ, ଅଖଣ୍ଡ ସେଠ, ଟୁଲୁ ସେନ, ସୁଜିତ କୁମ୍ଭାର, ଗୁଣ୍ଡୁ ଦାଶ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।