ଖୁବଶୀଘ୍ର ଜଗତସିଂହପୁରରେ ଗୃହପାଳିତ ଓ ବୁଲାପଶୁଙ୍କ ପାଇଁ ଆମ୍ବୁଲାନ୍ସ ସେବା

ଜଗତସିଂହପୁର,ଏନ୍ଏନ୍ଏସ୍: ଜିଲ୍ଲାରେ ଗୃହ ପାଳିତ ପଶୁ ଓ ବୁଲା ଗୋରୁ ଗାଈଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ବିକଳାଙ୍ଗ ଗୋରୁଗାଈଙ୍କ ପାଇଁ ଦୁଇ ଏକର ଜାଗାରେ ଗୋଶାଳା ନିର୍ମାଣ କରିବାକୁ ଜିଲ୍ଲାପାଳ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଜୀବଜନ୍ତୁଙ୍କ ପ୍ରତି ହେଉଥିବା ନିଷ୍ଠୁରତାକୁ ରୋକିବା ପାଇଁ ପୁଲିସ ସହାୟତାରେ ଏକ ଟିମ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲାରେ ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ ପାଇଁ ଜିଲ୍ଲାସ୍ତରରେ କୁକୁରମାନଙ୍କୁ ଗର୍ଭ ନିରୋଧକ ଟିକା ପ୍ରଦାନ କରାଯିବ। ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବୀର କିଶୋର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।