ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଅନୁକୂଳ ପାଇଁ ଦିଆଗଲା ଅନୁମତି ପତ୍ର

ପୁରୀ,ଏନ୍ଏନ୍ଏସ୍: ଦେଶରେ କରୋନା ସଂକ୍ରମଣ ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭିଡ଼ ନକରିବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଥିଲା। ତେବେ ଏହି କରୋନା ସ୍ଥିତି ମଧ୍ୟରେ ରାଜ୍ୟ ସରକାର ରଥ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଅନୁକୂଳ ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ଦିଆଯାଇଛି। ଏହି ଅନୁମତି ପତ୍ର ପରେ ପୁରୋହିତ ସିଦେ୍ଧଶ୍ୱର ମହାପାତ୍ରଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମହାପ୍ରଭୁଙ୍କ କୃପାରୁ ସମସ୍ତ ନୀତିକାନ୍ତି ସଠିକ ସମୟରେ ହୋଇଛି। ଏଭଳି ସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ଦେଖାଯାଉଥିବା କହିଛନ୍ତି।