୧୨ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ: ଲଦାଖରେ ଭାରତ-ତିବତ ସୀମା ପୁଲିସ (ଆଇଟିବିପି)ର ଯବାନ ଆଜାଦୀର ଅମୃତ ମହୋତ୍ସବ ଅନ୍ତର୍ଗତ ୧୨ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଏଥିସହିତ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଦେଶବାସୀଙ୍କୁ ଯବାନମାନେ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ, ଆଜାଦୀର ଅମୃତ ମହୋତ୍ସବକୁ ନେଇ ଦେଶର ଅନେକ ଭାଗରେ ବିଭିନ୍ନ କାର୍ଯ୍ୟକ୍ରମ ସରକାରୀ ଓ ଘରୋଇ ସଂସ୍ଥା ଦ୍ୱାରା ଆୟୋଜନ କରାଯାଇଛି । ଏଥିରେ ତ୍ରିରଙ୍ଗା ଯାତ୍ରା ଓ ନିକ୍କଡ ନାଟକ ସାମିଲ ରହିଛି । ଅନେକ ରାଜ୍ୟରେ ସବୁ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି । ଉତ୍ତରପ୍ରଦେଶର ଯୋଗୀ ସରାକର ୨କୋଟି ତ୍ରିରଙ୍ଗା ଘରେ ବାଣ୍ଟିବେ । ୟୁପିରେ ୪ କୋଟି ତ୍ରିରଙ୍ଗା ଉଡ଼ାଇବାର ଲକ୍ଷ୍ୟ କରାଯାଇଛି ।