ବାହାରିଲା ଓଜେଇଇ ରେଜଲ୍ଟ

କଟକ,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ବାହାରିଥିବା ଜଣାପଡ଼ିଛି । ଏନେଇ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘୋଡ଼ାଇ ସୂଚନା ପ୍ରଦାନ କରିଛନ୍ତି । ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଓ ଏମସିଏରେ ଈଶାନ୍ତ କୁମାର ନାୟକ ଟପ୍ପର ହୋଇଛନ୍ତି। ସେହିପରି ବି.ଫାର୍ମରେ ଅରୂପ ପଣ୍ଡା, ଏମ.ଫାର୍ମରେ ସଚ୍ଚିନ ନାୟକ ଓ ଏମ୍‌.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୪ରୁ ୮ ତାରିଖରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୭ହଜାର ୭୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୪୭ହଜାର ୭୨୯ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ଦିଆଯାଇଛି ।