ତନିସ୍କ ବିଜ୍ଞାପନରୁ ପ୍ରକୃତି ବିଦା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନାମୀଦାମୀ ଗହଣା ଦୋକାନ ତନିସ୍କର ବିଜ୍ଞାପନରୁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ହଟାଇ ଦିଆଯାଇଛି । ବିବାଦ ଘେରରେ ଫସିବା ପରେ କମ୍ପାନୀ ପକ୍ଷରୁ ତାଙ୍କୁ କଢ଼ାଯିବା ସହ ଚୁକ୍ତି ଶେଷ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ପ୍ରକୃତିକଙ୍କ ହୋଡିଂଙ୍କୁ ମଧ୍ୟ ହଟାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଅଭିନେତା ବାବୁଶାନ ମହାନ୍ତିଙ୍କ ସହ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ ଶନିବାର ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ ରାଜରାସ୍ତାରେ ପ୍ରକୃତିଙ୍କୁ ମାଡ଼ ମାରିଥିଲେ । ଏହାର ଭିଡ଼ିଓ ଭାଇରାଲ ହେବା ପରେ ବିବାଦ ଘନେଇଥିଲା । ଫଳରେ ତନିସ୍କ ପ୍ରକୃତିଙ୍କୁ ନିଜ ବିଜ୍ଞାପନରୁ ହଟାଇ ଦେଇଥିଲା ।