ଲଣ୍ଡନ,ଏଜେନ୍ସି: ବୁକାୟୋ ସାକାଙ୍କ ପେନାଲ୍ଟି ଶୁଟଆଉଟ୍ରେ ବିଫଳ ହେବା ପରେ ଇଂଲଣ୍ଡ ପ୍ରଶଂସକଙ୍କ ମୁହଁ ମଉଳି ଯାଇଥିଲା। ଏଥି ସହିତ ଇଂଲଣ୍ଡର ପ୍ରଥମ କପ୍ ଜିତିବା ସ୍ୱପ୍ନ ଅଧା ରହିଗଲା। ୟୁଇଏଫଇ ୟୁରୋ କପର ଫାଇନାଲ ମ୍ୟାଚ ଇଟାଲୀ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଉଭୟ ଟିମର ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ମ୍ୟାଚ୍ ୧-୧ ଗୋଲରେ ଶେଷ ହେବା ପରେ ନିର୍ଣ୍ଣୟ ବାହାର କରିବା ପାଇଁ ପେନାଲ୍ଟି ଶୁଟଆଉଟ ଖେଳାଯାଇଥିଲା। ଏଥିରେ ଇଟାଲୀ ୩-୨ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି।
ଇଂଲଣ୍ଡ ଏହି ମୁକାବିଲା ଜିତିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲା। ଆକ୍ରମଣ ଶୈଳୀରେ ଖେଳିଥିବା ଇଟାଲୀ ୨ୟ ଥର ପାଇଁ ୟୁରୋ କପର ଅଧିକାରୀ ହୋଇଛି। ପୂର୍ବରୁ ଇଟାଲୀ ୧୯୬୮ ମସିହାରେ ଟ୍ରଫି ଜିତିଥିଲା। ସବୁଠାରୁ ବଡ଼ କଥା ହେଲା ଯେ, ଇଟାଲୀ ତାର ୩୪ ତମ ମ୍ୟାଚକୁ କ୍ରମାଗତ ଜିତିଛି।
ଫାଇନାଲ ମ୍ୟାଚରେ ୨୨ ବର୍ଷୀୟ ଗିୟାନନଲୁଗୀ ଡ୍ରାନ୍ନାରୁମା ନାୟକ ଭାବେ ଉଭା ହୋଇଥିଲେ। ସେ ଅନେକ ସମୟରେ ନିଜ ଟିମକୁ ଗୋଲ ଖାଇବାରୁ ବଞ୍ଚିତ କରିଥିଲେ।