ଉତ୍କଳ ଆଲୁମିନାରେ କାରଖାନାରେ ଉତେଜନା : ପୁଲିସ ଗ୍ରାମବାସୀ ମୁହାଁମୁହିଁ
ଘଟଣା ସ୍ଥଳରେ ୧୪୪ ଧାରା ଜାରୀ, ୧୪ ଗିରଫ , ୨୦ ଅଟକ
ରାୟଗଡ଼ା,ଏନ୍ ଏନ୍ ଏସ୍ : ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଠାରେ ଥିବା ଉତ୍କଳ ଆଲୁମିନା କାରଖାନାରେ ଦେଖା ଦେଇଛି ଉତେଜନା । ବିସ୍ଥାପିତ ଘୋଷଣା ଦାବିରେ ଅଡ଼ିବସିଛନ୍ତି ଗ୍ରାମବାସି । ଉତ୍କଳ ଆଲୁମିନା କାରଖାନା ପରିସର ରେ ମୁହାଁମୁହିଁ ହୋଇଛନ୍ତି ବିସ୍ଥାପିତ ଦାବୀରେ ଗ୍ରାମବାସୀ ଏବଂ ପୁଲିସ । ଏପରିକି ଆନ୍ଦୋଳନ କାରିଙ୍କ ପଥର ମାଡ଼ରେ କମ୍ପାନି ଗାଡ଼ି ଏବଂ କଟ୍ରୋଂଲ ରୁମ ଭାଙ୍ଗି ଚୁରମାର ହୋଇଯାଇଛି । ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ଲାଠି ଲାଳନା କରିବାକୁ ପଡ଼ିଛି । ଭଙ୍ଗାରୁଜା କାରିଙ୍କ ମଧ୍ୟରୁ ୧୪ ଜଣଙ୍କୁ ଦୋରାଗୁଡ଼ା ପୁଲିସ ଗିରଫ କରିଥିବା ବେଳେ ୨୦ ଜଣକୁ ଅଟକ ରଖିଛି ।
ଉତେଜନାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣ ବିବେକ ଏମ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଉପରେ ତିକ୍ଷ୍ମୀଣ ନଜର ରଖିଛନ୍ତି।
ସୂଚନା ଅନୁଯାୟୀ, କମ୍ପାନି ଆରମ୍ଭରୁ କାଶିପୁର ବ୍ଲକ ହାଡ଼ିଗୁଡ଼ା ପଚାଂୟତର ଦିମୁଣ୍ଡି ଗ୍ରାମବାସୀ ବିସ୍ଥାପିତ ମାନ୍ୟତା ଦେବା ପାଇଁ ଦାବୀକରି ଆସୁଛନ୍ତି। ଏପରିକି କମ୍ପାନି ପାଇଁ ଗ୍ରାମବାସୀ ଜମି ହରାଇଥିବା ବେଳେ ଖଣିରେ ବ୍ଲାଷ୍ଟିଙ୍ଗ ହେବା ଯୋଗୁ ଘରଗୁଡ଼ିକ ଫାଟ ସୃଷ୍ଟି ହୋଇ କ୍ଷତିଗ୍ରସ୍ଥ ହୋଇଯାଇଛି। ଫଳରେ ଏମାନଙ୍କୁ କାରଖାନା ବିସ୍ଥାପିତ ଘୋଷଣାକରି ନିୟମ ପ୍ରକାରେ କ୍ଷତିପୁରଣ ପାଇଁ ଦାବୀ କରିଆସୁଛନ୍ତି । କମ୍ପାନି କିମ୍ବା ପ୍ରଶାସନ ବିସ୍ଥାପିତଙ୍କ ଦାବି ପ୍ରତି ଦୃଷ୍ଟି ନଦେବା ଫଳରେ ଆଜି ଶାନ୍ତିପୁର୍ଣ୍ଣ ଆନ୍ଦୋଳନ ଉଗ୍ରରୁପ ନେଇଛି । ଏପରିକି ଗତ ବର୍ଷ ଅକ୍ଟୋବର ମାସରେ ଦ୍ୱିମୁଣ୍ଡି ଗ୍ରାମବାସି ପ୍ରତିବାଦରେ ୭ ଦିନ କମ୍ପାନିକୁ ବନ୍ଦ କରିବା ସହ ଭୁବନେଶ୍ୱରର ଲୋୟର ପିଏମଜିରେ ମାସେ କାଳ ଧାରଣାରେ ବସିଥିଲେ । ଏହା ସତ୍ୱେ ନା କମ୍ପାନୀ କିମ୍ବା ଜିଲ୍ଲାପ୍ରଶାସନ ବା ସରକାର ସମସ୍ୟାର ସମାଧାନ ନକରିବାରୁ କମ୍ପାନୀ ବନ୍ଦ କରିବାକୁ ଗ୍ରାମବାସୀମାନେ ଲିଖିତ ଭାବେ ଜଣାଇଥିଲେ। ତେବେ ପୁର୍ବ ନିଷ୍ଫତି ପ୍ରକାରେ ଶୁକ୍ରବାର ସକାଳେ ଦ୍ୱିମୁଣ୍ଡି ଗାଁ’ର ଶତାଧିକ ପୁରୁଷ ଏବଂ ମହିଳା କମ୍ପାନୀ ଭିତରକୁ ଧସେଇ ପ୍ରବେଶ କରି ବକ୍ସାଇଟ ଗ୍ରାଇଣ୍ଡିଙ୍ଗ ମେସିନ ତଳେ ଧାରଣାରେ ବସିଥିଲେ ।


