କିଛିଦିନରେ ଭାରତକୁ ଆସିବ ଇଜରାଏଲ ହାଇଟେକ ହେରାନ ଡ୍ରୋନ୍

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦ ଏକ ବର୍ଷରୁ ଅଧିକ ସମୟ ହେବ ଜାରି ରହିଛି। ଚୀନ ସେନା ଆରମ୍ଭରେ ସିକ୍କିମରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ହେଲେ ସେହି ସମୟରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ କଡ଼ା ଯବାବ ଦିଆଯାଇଥିଲା। ଏବେ ମଧ୍ୟ ଲଦାଖରେ ସ୍ଥିତି ସଙ୍କଟାପନ୍ନ ରହିଛି। ଏହାକୁ ନଜରରେ ରଖି ଭାରତୀୟ ବାୟୁସେନା ଓ ଆର୍ମି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯିବା ସହ ଭାରତ ଶକ୍ତି ମଜଭୁତ କରିବାରେ ଲାଗିଛି।

ସରକାରୀ ସୂଚନା ମୁତାବକ ଅତି ଶୀଘ୍ର ଇଜରାଏଲରୁ ଭାରତକୁ ୪ଟି ଉନ୍ନତ ମାନର ହାଇଟେକ ହେରାନ ଡ୍ରୋନ ଆସିବ। ଏହି ଡ୍ରୋନଗୁଡ଼ିକୁ ଲଦାଖର ଏଲଏସି ନିକଟରେ ନିୟୋଜିତ କରାଯିବ। ଏହି ଡ୍ରୋନର ଆଣ୍ଟି ଜାମିଂ କ୍ଷମତା ବହୁ ଶକ୍ତିଶାଳୀ। ଗତବର୍ଷ ମୋଦୀ ସରକାର ତରଫରୁ ୫୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ ଆଦି କିଣିବା ପାଇଁ ରକ୍ଷା ବିଭାଗକୁ ଜରୁରୀକାଳୀନ ଆର୍ଥିକ ଶକ୍ତି ପ୍ରଦାନ କରିଥିଲେ।