ଆମିର ଖାନଙ୍କ ଝିଅ ଇରା ଲଞ୍ଚ କଲେ ନିଜର ନୂଆ କମ୍ପାନୀ

ମୁମ୍ବାଇ,ଏଜେନ୍ସି: ଆମିର ଖାନଙ୍କ ଝିଅ ଆୟରା ଖାନ (ଇରା) ପୁଣି ଥରେ ନିଜର ଏକ ଇନଷ୍ଟାଗ୍ରାମ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଇରା ଅଗସ୍ତୁ ଫାଉଣ୍ଡେସନ ନାମରେ ଏକ କମ୍ପାନୀ ଆରମ୍ଭ କରିଛନ୍ତି। ଏନେଇ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରଶଂସକ ଓ ଫଲୋୟର୍ସଙ୍କୁ ଏହି ଖୁସିଖବର ଜଣାଇଛନ୍ତି। ସେ ଜାରି କରିଥିବା ଭିଡିଓରେ ଏହି ଅଗସ୍ତୁ ଫାଉଣ୍ଡେସନର ଉଦ୍ଦେଶ୍ୟ ସମ୍ପର୍କରେ କହିଛନ୍ତି। ଏଥିସହିତ ଏହି କମ୍ପାନୀ କେଉଁ ଲୋକଙ୍କୁ ସାହାଯ୍ୟ କରିବ ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି।

ସେ ଭିଡିଓର ଆରମ୍ଭରେ ନିଜ ୨୧ ତମ ଜନ୍ମଦିନରେ କରିଥିବା ଟାଟୁ ବିଷୟରେ କହିଥିଲେ। ଏହି ଟାଟୁରେ ଲେଖାଥିଲା କି ‘ଯଦି ଆମେ କରିବାନି, ତ କିଏ କରିବ?’। ତେଣୁ ଆଜି ମୁଁ ଏହି ଟାଟୁରେ ଲେଖାଥିବା କଥାକୁ ପାଳନ କରିଛି। ଏଥିସହିତ ଅଗସ୍ତୁ ଫାଉଣ୍ଡେସନକୁ ଲଞ୍ଚ ଘୋଷଣା କରିଛନ୍ତି। ଏହି ଫାଉଣ୍ଡେସନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ସହାୟତା ଓ ଶରୀର ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରୟାସ କରାଯାଇଛି। ଏଥିସହିତ ଅଗସ୍ତୁ ଫାଉଣ୍ଡେସନର ନୂତନ ଇନଷ୍ଟାଗ୍ରାମ ପେଜକୁ ଇରା ସେୟାର କରିଛନ୍ତି।