ଗୁଜୁରାଟର ବିସ୍ଫୋରଣ: ରାସାୟନିକ କାରଖାନାରେ ବିସ୍ଫୋରଣ, ୭ ଆହତ

ଗାନ୍ଧୀନଗର,ଏଜେନ୍ସି: ଗୁଜୁରାଟର ଭଦଦୋରରେ ଥିବା ଏକ ରାସାୟନିକ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି। କାରଖାନାରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ଘଟିଛି। ପ୍ରାଥମିକ ଭାବେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏକାଧିକ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗିଛନ୍ତି।

ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ। କେଉଁ କାରଣରୁ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଲା ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ନିଆଁ ସମ୍ପୂର୍ଣ୍ଣ ଆୟତ ହୋଇନଥିବା ଯୋଗୁ ମୃତାହତ ଓ କ୍ଷୟକ୍ଷତି ନେଇ ସଠିକ ସୂଚନା ମଧ୍ୟ ମିଳିପାରିନାହିଁ।