ଇସ୍ରାଏଲ ଦୂତାବାସ ନିକଟରେ ଗୁଳିକାଣ୍ଡ

  • ନୂଆଦିଲ୍ଲୀ: ଭାରତରେ ଥିବା ଇସ୍ରାଏଲ୍ ଦୂତାବାସ ନିକଟରେ ଗୁଳିକାଣ୍ଡ ହୋଇଛି। ତେବେ ଭୁଲରେ ଗୁଳି ଫୁଟିଯାଇଛି ବୋଲି କହିଛନ୍ତି ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଳ। ଏହି ଗୁଳିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ୬.୫୦ରେ ଇସ୍ରାଏଲ ରାଷ୍ଟ୍ରଦୂତର ସୁରକ୍ଷା କର୍ମୀ ପୁଲିସକୁ ଫୋନ୍ ଯୋଗେ ଗୁଳିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ପାଇ ବସନ୍ତ ବିହାରର ଏସଏଚଓ ସହକର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଇସ୍ରାଏଲ ଦୂତାବାସ ନିକଟ ପିସିଆର ଷ୍ଟେସନର ଇନଚାର୍ଜ ଭୁଲରେ ଫାୟାରିଂ କରିଥିବା ସୂଚନା ମିଳିଥିଲା। ୯ଏମଏମ ପିସ୍ତଲ ପରୀକ୍ଷା କରୁଥିବା ସମୟରେ ଭୁଲବଶତଃ ଗୁଳି ଫୁଟିଯାଇଥିଲା। ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।