‘ଇଣ୍ଡିଆ’ ଦାସତ୍ୱର ପରିଚୟ, ‘ଭାରତ’ ହେଉ ଦେଶର ନାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଅନେକ ପ୍ରସଙ୍ଗରେ ସୋସିଆଲ ମିଡିଆରେ ନିଜ ମତବ୍ୟକ୍ତ କରିଥାନ୍ତି। ଆଉ ନିଜ ମତାମତ ପାଇଁ ହିିଁ ସେ ସର୍ବଦା ବିବାଦ ଘେରରେ ରହିଥାନ୍ତି। ନିକଟରେ କଙ୍ଗନା ଦେଶର ନାଁ ‘ଇଣ୍ଡିଆ’ ବଦଳରେ ‘ଭାରତ’ ରଖିବାକୁ ପରାମର୍ଶ ଦେଇଛନ୍ତି। କଙ୍ଗନା କହିଛନ୍ତି ଯେ, ‘ଇଣ୍ଡିଆ’ ନାଁ ଇଂରେଜ ରଖିଥିଲେ ଯାହା ଦାସତ୍ୱର ପରିଚୟ।

କଙ୍ଗନା ଏହାକୁ ନେଇ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ। ଯେଉଁଥିରେ ଭାରତ ଓ ଇଣ୍ଡିଆ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଥିଲେ। ପ୍ରାଚୀନ ସଭ୍ୟତା ଓ ସଂସ୍କୃତିକୁ ବିଶ୍ୱାସ କରି ସେହି ରାସ୍ତାରେ ଚାଲିଲେ ଭାରତ ଆଗକୁ ବଢ଼ିବ ବୋଲି ମଧ୍ୟ କଙ୍ଗନା କହିଛନ୍ତି। ଏଥିସହିତ ବେଦ, ଗୀତା ଓ ଯୋଗ ସହ ଯୋଡ଼ିବାକୁ କଙ୍ଗନା ସମସ୍ତଙ୍କୁ ନିବେଦନ କରିଛନ୍ତି।