ବାବରି ମସଜିଦ୍ ଭଙ୍ଗ ମାମଲା, ଜିହାଦ ପାଇଁ ଆଇଏସର ଆହ୍ୱାନ

ନୂଆଦିଲ୍ଲୀ,ଏଜେନ୍ସି: ବାବରି ମସଜିଦ୍ ଭଙ୍ଗାଯିବା ଘଟଣାର ପ୍ରତିଶୋଧ ନେବାପାଇଁ ମୁସଲିମ ସମ୍ପ୍ରଦାୟକୁ ‘ଜିହାଦ୍’ ପାଇଁ ଆହ୍ୱାନ ଦେଇଛି ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍)। ଆଇଏସର ଏକ ମାଗାଜିନର ନୂତନ ସଂସ୍କରଣରେ ଏହି ଆହ୍ୱାନ ଦିଆଯାଇଛି। ଏହି ମାଗାଜିନ୍ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ବିରୋଧରେ ଉସୁକାଇବା ଭଳି ମଧ୍ୟ କିଛି ବୟାନ ଦିଆଯାଇଛି। ସୂଚନାଯୋଗ୍ୟ, ଆଇଏସ୍ ପକ୍ଷରୁ ଦକ୍ଷିଣ ଭାରତର ଜଙ୍ଗଲ ମଧ୍ୟରେ ଏକ କ୍ୟାମ୍ପ ପ୍ରତିଷ୍ଟା କରାଯିବା ସମ୍ପର୍କରେ ଯୋଜନା କରାଯାଉଥିବା ଚଳିତମାସ ଆରମ୍ଭରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ) ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଥିଲା। ପୂର୍ବରୁ ଜୁଲାଇରେ ଏନଆଇଏ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁସାରେ ଦକ୍ଷିଣ ଭାରତରେ ଇସଲାମିକ୍ ଷ୍ଟେଟ୍ର ସଂଚାଳନ ବନ୍ଦ ହେବା ପରେ ଆତଙ୍କୀ ସଂଗଠନ ଅଲ୍-ହିନ୍ଦ୍ ପକ୍ଷରୁ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଆଇଏସ୍ ଶିବିର ପ୍ରତିଷ୍ଠା କରିବାକୁ