ଶ୍ରୀଲିଙ୍ଗରାଜ ମନ୍ଦିର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛି ଏଏସ୍ଆଇ ଏବଂ ବିଏମ୍‌ସି ଟିମ୍। ସମୀକ୍ଷା ପରେ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରତିକ୍ରିୟାରେ ମନ୍ଦିରରୁ ସାମନ୍ୟ ପାଣି ଗଳୁଛି କିନ୍ତୁ ମନ୍ଦିର ପ୍ରତି କୌଣସି ବିପଦ ନଥିବା କୁହାଯାଇଛି। ଫନି ସମୟରେ ସିଂହଦ୍ଵାର କବାଟ ଭାଙ୍ଗିଥିଲା। ନୂଆ କବାଟ ନିର୍ମାଣ ଜୋରସୋରରେ ଚାଲିଛି। ଶିବଙ୍କ ଶକ୍ତି ଉପରେ ସାମାନ୍ୟ ଅସୁବିଧା ଅଛି। ଟେକ୍ନିକାଲ ଟିମ୍ ସହ ଆଲୋଚନା ପରେ ମରାମତି ହେବ।

ଭକ୍ତ ଏବଂ ସେବାୟତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଏବେ ମନ୍ଦିର ସିଂହଦ୍ୱାର କାର୍ଯ୍ୟ ଚାଲିଛି। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ। କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି। କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଏଏସଆଇ ଅଧିକ୍ଷକ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି। ଅପରପକ୍ଷରେ ରୂପା କବାଟ ପାଇଁ ପ୍ରସ୍ତାବ ଦେଇଥିବା ଏବଂ ଏହାକୁ ନେଇ ସରକାର ଏବଂ ଏଏସଆଇଙ୍କ ପକ୍ଷରୁ ସମ୍ମତି ପ୍ରକାଶ ପାଇଥିବା ସେବାୟତଙ୍କ ପକ୍ଷରୁ କୁହାଯାଇଛି। ଏଥିସହିତ ନାଟ୍ୟ ମଣ୍ଡପ ଫାଟ, ଶିବଶକ୍ତିରେ ତାର ବାଡ଼ କାର୍ଯ୍ୟ ଓ ବିଭିନ୍ନ ମନ୍ଦିରର ପାଣି ଗଳୁଥିବା ସ୍ଥିତି ନେଇ ଆଲୋଚନା ହୋଇଥିବା କହିଛନ୍ତି।