ବାତ୍ୟା ‘ମଣ୍ଡୁସ’ର ତାଣ୍ଡବ: ଉପୁଡ଼ିଲା ଅନେକ ଗଛ ଓ ୨୭ ଉଡ଼ାଣ ବାତିଲ

ଚେନ୍ନାଇ: ମହାବଳୀପୁରମରେ ଆସିଥିବା ବାତ୍ୟା ‘ମଣ୍ଡୁସ’ ଯୋଗୁ ତାମିଲନାଡ଼ୁ, ପୁଡୁଚେରୀ ଓ କରାଇକେଲରେ ଭାରି ବର୍ଷା ହେଉଛି । ବାତ୍ୟା କାରଣରୁ ୩୦୦ ଗଛ ରାସ୍ତାରେ ପଡ଼ି ରହିଥିବାରୁ ବାଧା ଯାତାୟତରେ ସୃଷ୍ଟି ହୋଇଛି। ଗଛକୁ କାଟି ରାସ୍ତାରୁ ହଟାଇବା ପାଇଁ ଏକ ବଡ଼ ଟିମ୍ ନିଯୁକ୍ତ କରାଯାଇଛି । ତାମିଲନାଡ଼ୁର ୨୭ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି ।

ସେହିପରି କାଞ୍ଚିପୁରମ, ଚେଙ୍ଗଲପଟ୍ଟୁ, ଉତ୍ତରୀ ଚେନ୍ନାଇ ଓ ମହାବଳୀପୁରମ କ୍ଷେତ୍ରରେ ଅନେକ ସ୍ଥାନରେ ବିଜୁଳି ସେବା ବନ୍ଦ କରାଯାଇଛି । ଚେନ୍ନାଇ ଏୟାରପୋର୍ଟରୁ ମୋଟ ୨୭ ଉଡ଼ାଣ ବାତିଲ କରାଯାଇଛି । ଚେନ୍ନାଇ ଓ ଚେଙ୍ଗଲପଟ୍ଟୁ ଜିଲ୍ଲାର ଅନେକ ସ୍ଥାନ ଜଳମଗ୍ନ ରହିଛି କିନ୍ତୁ ବନ୍ୟା ସ୍ଥିତି ଉପୁଜିନି ।