ନୂଆଦିଲ୍ଲୀ,ଏଜେନ୍ସି: ଦେଶରୁ ରପ୍ତାନୀ କରାଯାଉଥିବା ଲୁହାପଥର ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତିମ ନେଇଛନ୍ତି କେନ୍ଦ୍ର ସରକାର। କେବଳ ଲୁହାପଥର ନୁହେଁ ବରଂ କୋକିଙ୍ଗ କୋଲ୍ ଏବଂ ଫେରୋ ନିକେଲ୍ର ରପ୍ତାନି ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି ସରକାର। ଘରୋଇ ବଜାରରେ ଲୁହାପଥର ଏବଂ କୋଇଲାର ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଘରୋଇ ବଜାରରେ ଗହମ ଦର ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମାନ ନିଷ୍ପତ୍ତି ନିଆଯାଇଥିଲା। ଲୁହାପଥର ଉପରେ ଉତ୍ପାଦ ଶୁଳ୍କ ୫୦% ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ଷ୍ଟିଲ୍ ଉତ୍ପାଦ ଉପରେ ୧୫ ପ୍ରତିଶତର ଶୁଳ୍କ ବୃଦ୍ଧି କରାଯାଇଛି। ପିସିଆଇ କୋଲ୍,କୋକିଙ୍ଗ କୋଲ୍ ଏବଂ ଫେରୋ ନିକେଲ୍ ଉପରେ ଉତ୍ପାଦ ଶୁଳ୍କ ୨.୫% ରଖାଯାଇଛି। ରବିବାର ଠାରୁ ଏହି ମୂଲ୍ୟବୃଦ୍ଧି ଲାଗୁ କରାଯିବ।