୫ ରନରେ ଇଂଲଣ୍ଡକୁ ହରାଇଲା ଆୟରଲାଣ୍ଡ

ମେଲବର୍ଣ୍ଣ: ଟି-୨୦ ୱାର୍ଲ୍ଡକପରେ ଆଜି ଇଂଲଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଡକୱର୍ଥ ଲୁଇସ ନିୟମ ଜରିଆରେ ଆୟରଲାଣ୍ଡ ୫ ରନରେ ଜିତିଛି । ସୁପର-୧୨ରେ ଇଂଲଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ମେଲବର୍ଣ୍ଣରେ ହୋଇଥିବା ଏହି ମ୍ୟାଚଟି ଖୁବ୍ ରୋମାଞ୍ଚକପୂର୍ଣ୍ଣ ଥିଲା । ଏଥିରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ଟିମ୍ ୧୯.୨ ଓଭରରେ ୧୫୭ ରନ୍ କରିବାରେ ସକ୍ଷମ ହୋଇଥିଲା। ପରେ ବ୍ୟାଟିଂ କରିଥିବା ଇଂଲଣ୍ଡ ଟିମର ପ୍ରାରମ୍ଭିକ ପ୍ରଦର୍ଶନ ଖୁବ୍ ନୈରାଶ୍ୟଜନକ ଥିଲା । ଏଥିସହିତ ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ ହରାଇ ୧୦୫ ରନ୍ କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ଆଉ ଖେଳ ହୋଇପାରିନଥିଲା ।

ଡକୱର୍ଥ ଲୁଇସ ଷ୍ଟର୍ନ ନିୟମ ଅନ୍ତର୍ଗତ ଇଂଲଣ୍ଡ ସେହି ସମୟରେ ଆୟରଲାଣ୍ଡଠାରୁ ୫ ରନ ପଛରେ ଥିଲା । ଏଭଳି ଆୟରଲାଣ୍ଡ ୫ ରନରେ ଜିତିବାରେ ସଫଳ ହୋଇଥିଲା । ଚଳିତ ଟି-୨୦ ୱାର୍ଲ୍ଡକପରେ ଇଂଲଣ୍ଡ ଓ ୱେଷ୍ଟେଣ୍ଡିଜ ଭଳି ଶକ୍ତିଶାଳୀ ଟିମକୁ ଆୟରଲାଣ୍ଡ ହରାଇବାରେ ସଫଳ ହୋଇଛି ।