କେଜ୍ରିୱାଲଙ୍କ ହିନ୍ଦୁତ୍ୱ କାର୍ଡ: ନୋଟରେ ଛପାଯାଉ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ

ଗୁଜରାଟ: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ପନ୍ଥା ଆପଣାଇଛନ୍ତି । ଭାରତୀୟ ଟଙ୍କାରେ ଲକ୍ଷ୍ମୀ ଓ ଗଣେଶଷଙ୍କ ମୂର୍ତ୍ତି ଛାପିବାକୁ କେଜ୍ରିୱାଲ କେନ୍ଦ୍ର ସରକାରଙ୍କଠାରେ ଅପିଲ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଦେଶର ଟଙ୍କାରେ ଦେବୀ-ଦେବତାଙ୍କ ଫଟୋ ରହିଲେ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେବ ଓ ସମୃଦ୍ଧି ଆସିବ । ନୂଆ ନୋଟରେ ଗୋଟିଏ ପଟେ ମହାତ୍ମା ଗାନ୍ଧୀ ଏବଂ ଅନ୍ୟପଟେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛପା ଯାଇପାରିବ । ଫଳରେ ସମଗ୍ର ଦେଶବାସୀଙ୍କୁ ତାଙ୍କ ଆଶୀର୍ବାଦ ମିଳିବ । ଏନେଇ ମୁଁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିବି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ମୁସଲମାନ ବହୁଳ ଦେଶ ଇଣ୍ଡୋନେସିଆରେ ହିନ୍ଦୁଙ୍କ ଜନବସତି ମାତ୍ର ୨ ପ୍ରତିଶତ ରହିଛି । ହେଲେ ସେମାନେ ତାଙ୍କ ନୋଟରେ ଗଣେଶଙ୍କ ମୂର୍ତ୍ତି ଛାପୁଛନ୍ତି । କେନ୍ଦ୍ର ସରକାର ଏନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଉଚିତ ।