ନୂଆଦିଲ୍ଲୀ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) -୨୦୨୨ର ଲିଗ୍ମ୍ୟାଚ୍ ଗୁଡ଼ିକ ଶେଷ ହୋଇଯାଇଛି। ଆଜି ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ସାଢ଼େ ୭ଟାରୁ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମୁକାବିଲା ହେବ। କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେ ଏହି ମ୍ୟାଚ୍ ପାଇଁ ଉଭୟ ଗୁଜରାଟ ଓ ରାଜସ୍ଥାନ ପ୍ରସ୍ତୁତ ଅଛନ୍ତି।
ଚଳିତ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଶ୍ରେଷ୍ଠ ଟିମ୍ ଭାବରେ ଉଭା ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟିମ୍ ଲିଗ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ ଖେଳି ୧୦ଟିରେ ବିଜୟ ହାସଲ କରିଛି। ଟିମ୍ ୨୦ ପଏଣ୍ଟ ହାସଲ କରିଛି।
ସଞ୍ଜୁ ସାମସନ୍ଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ମଧ୍ୟ କମ୍ ନୁହେଁ। ୨୦୨୨ ଆଇପିଏଲ୍ରେ ରାଜସ୍ଥାନ ଅନ୍ୟତମ ଶକ୍ତିଶାଳୀ ଦଳ ବୋଲି ନିଜକୁ ପ୍ରମାଣିତ କରିଛି। ରାଜସ୍ଥାନ ୧୪ଟି ମ୍ୟାଚ ଖେଳି ୯ଟିରେ ବିଜୟ ହାସଲ କରିଛି।