ଟୋକିଓ,ଏଜେନ୍ସି: ଜାପାନର ରାଜଧାନୀ ଟୋକିଓରେ କ୍ୱାଡ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ବଡ଼ବଡ଼ ନେତାଙ୍କର ଆଲୋଚନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇ ସାରିଛନ୍ତି। ଜାପାନର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ।
କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବନ୍ଧୁଙ୍କ ଗହଣକୁ ଆସି ବହୁତ ଖୁସି ଅନୁଭବ କରୁଛି। ମୋଦୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଆଥୋନୀ ଅଲବାନିଜ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୱାର୍ଡରେ କମ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିଛନ୍ତି।
ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ସର୍ବ ପ୍ରଥମେ ରୁଷିଆ-ୟୁକ୍ରେନ୍ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ପୁତିନ ଏକ ସଂସ୍କୃତିକୁ ଶେଷ କରିବାକୁ ଉଦ୍ୟମ କରୁଛନ୍ତି। ସେ କହିଛନ୍ତି ଏହା କେବଳ ୟୁରୋପ ପ୍ରସଙ୍ଗ ନୁହେଁ, ବରଂ ଏହା ହେଉଛି ସମଗ୍ର ବିଶ୍ୱର ପ୍ରସଙ୍ଗ। ରୁଷିଆ ୟୁକ୍ରେନ୍ ଉପରେ ଗହମ ରପ୍ତାନୀ ଉପରେ କଟକଣା ଲଗାଇ ଦେଇଛି।