ଆଇପିଏଲ୍ ୨୦୨୩: ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ରଶ୍ମିକା, ପ୍ରଥମ ମ୍ୟାଚରେ ଗୁଜୁରାଟକୁ ଭେଟିବ ଚେନ୍ନାଇ

ହାଇଦ୍ରାବାଦ,ଏଜେନ୍ସି: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ଦେଶର ସବୁ ଠାରୁ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ । ଆଇପିଏଲ ମ୍ୟାଚକୁ ଉପଭୋଗ କରିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା । ଚଳିତ ବର୍ଷ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେଇଥିବା ବେଳେ ୫୨ ଦିନ ଧରି ଟ୍ରଫି ହାତେଇବାକୁ ଚାଲିବ ମହା ଲଢ଼େଇ । ୧୨ଟି ସହରରେ ୭୦ଟି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୧୮ଟି ଡବଲ ହେଡର ହେବ । ଆଜି ସନ୍ଧ୍ୟା ସମୟରେ ଆରମ୍ଭ ହେବ ଉଦଘାଟନି ମ୍ୟାଚ । ପ୍ରଥମ ଦିନରେ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ମହାଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସ ।

ମୁଖ୍ୟ ଆକର୍ଷଣ ସାଉଥ ସୁନ୍ଦରୀ ରଶ୍ମିକା: ଏହା ପୂର୍ବରୁ ସନ୍ଧ୍ୟା ୬ଟା ସମୟରେ ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ଉତ୍ସବରେ ସାମିଲ ହେବେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା । ଏଥି ସହ ବଲିଉଡ ସିଙ୍ଗର ଅରଜିତ ସିଂ ତମନ୍ନା ଭାଟିଆ ଓ କ୍ୟାଟ୍ରିନା କୈଫ ମଧ୍ୟା ସାମିଲ ହେବେ । ୪୫ ମିନିଟ ପର୍ଯ୍ୟନ୍ତ ଚାଲିବ ଉଦଘାଟନୀ କାର୍ଯ୍ୟକ୍ରମ । ଏଥିରେ ସମସ୍ତ ଦଳର ଅଧିନାୟକ ଉପସ୍ଥିତ ରହିବେ ।