ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ, ହାରିଲା ମୁମ୍ବାଇ

ମୁମ୍ବାଇ,ଏଜେନ୍ସି: ଆଜି ୱାଙ୍ଖାଡ଼େ ଷ୍ଟାଡିୟମରେ ଚଳିତ ଆଇପିଏଲ ସିଜିନର ୩୧ ତମ ମ୍ୟାଚ ଖେଳା ଯାଇଛି । ଆଜିର ମ୍ୟାଚରେ ମୁମ୍ବାଇ ବିପକ୍ଷରେ ପଞ୍ଜାବ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୨୧୪ ରନର ବିଶାଳ ସ୍କୋର୍ କରିଥିଲା । ଜବାବରେ ମୁମ୍ବାଇ ୬ ୱିକେଟ ହରାଇ ୨୦୧ ରନ ହିଁ କରି ପାରିଥିଲା ।

ଟସ ଜିତି ପ୍ରଥମେ ପଞ୍ଜାବ କିଙ୍ଗସକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ରୋହିତ ଶର୍ମା । ମୁମ୍ବାଇ ବୋଲର ଆଜି ଅତି ସାଧାରଣ ବୋଲିଂ ପ୍ରଦର୍ଶନ କରିଥିଲେ । ତୃତୀୟ ଓଭରରେ ମାଥ୍ୟୁ ସର୍ଟ ୧୧ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ପ୍ରଭସିମରନ ଓ ଅର୍ଥବ ତାଇଦେ ଯଥାକ୍ରମେ ୨୬ ଓ ୨୯ ରନ କରି ଆଉଟ ହୋଇଥିଲେ। ନିୟମିତ ଅନ୍ତରାଳରେ ୱିକେଟ ହରାଉଥିଲେ ସୁଦ୍ଧା ସ୍କୋର ବୋର୍ଡ ରନ ଯୋଡ଼ି ହେବାରେ ଲାଗିଥିଲା । ଏହାପରେ ହରପ୍ରୀତ ସିଂହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ସେ ୨୮ଟି ବଲରେ ୪୪ ରନ କରିଥିଲେ। ଏହାପରେ ଅଧିନାୟକ ପାଳି ଖେଳିଥିଲେ ସାମ କରନ । ସେ ୨୮ଟି ବଲରେ ୫୫ ରନ କରି ବେରେନଡର୍ଫଙ୍କ ବଲରେ ଆଉଟ ହୋଇଥିଲେ। ଶେଷରେ ଜିତେଶ ଶର୍ମାଙ୍କ ଦୃତ ୨୫ ରନ ଦଳୀୟ ସ୍କୋରକୁ ୨୦୦ ପାର ପହଞ୍ଚାଇ ଥିଲା ।

ମୁମ୍ବାଇ ପକ୍ଷରୁ କ୍ୟାମେରନ ଗ୍ରୀନ ଓ ପିୟୁଷ ଚାୱଲା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଅର୍ଜୁନ ତେନ୍ଦୁଲକର, ବେରେନଡର୍ଫ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ମୁମ୍ବାଇ ପକ୍ଷରୁ ଆଜି ଅର୍ଜୁନ ୧୬ ହାରରେ ସର୍ବାଧିକ ୪୮ ରନ ଖର୍ଚ୍ଚ କରିଥିଲେ । ବିଶାଳ ଟାର୍ଗେଟ ପିଛା କରିବାକୁ ଆସି ପ୍ରଥମରୁ ୱିକେଟ ହରାଇଥିଲା ମୁମ୍ବାଇ । ଦ୍ବିତୀୟ ଓଭରରେ ମାତ୍ର ଏକ ରନ କରି ଆଉଟ ହୋଇଥିଲେ ।

ଅନ୍ୟପଟେ ରୋହିତ ଶର୍ମା ଦୃତ ୪୪ ରନ କରି ଦଶମ ଓଭରରେ ଲିଭିଂଷ୍ଟୋନଙ୍କ ଶିକାର ପାଲଟିଥିଲେ। ଏହାପରେ କ୍ୟାମେରନ ଗ୍ରୀନ ଧୂଆଁଧାର ପାଳି ଖେଳି ୬୭ ରନ କରିଥିଲେ । ସେପଟେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ବଡ଼ ସଟ ଖେଳିବା ଜାରି ରଖିଥିଲେ । ନିଜ କ୍ୟାରିଅରର ଦୃତତମ ଅର୍ଦ୍ଧ ଶତକ ହାସଲ କରିଥିଲେ ସୂର୍ଯ୍ୟ । ସେ ୨୬ଟି ବଲରେ ୫୭ ରନ କରିଥିଲେ । ଏହାପରେ ଟିମ ଡେଭିଡ ଦଳକୁ ବିଜୟୀ କରାଇବାକୁ ଭରପୁର ପ୍ରୟାସକରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରିନଥିଲେ ତିଲକ ବର୍ମା ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ ।ପଞ୍ଜାବ କିଙ୍ଗସ ପକ୍ଷରୁ ଅର୍ଶଦୀବ ସିଂହ ଲଗାତାର ଦୁଇଟି ୱିକେଟ ନେଇ ମୁମ୍ବାଇଠାରୁ ମ୍ୟାଚ ଛଡ଼ାଇ ନେଇଥିଲେ । ସେ ୪ଟି ନେଇଥିବା ବେଳେ ନାଥାନ ଏଲିସ ଓ ଲିଭିଂଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।