Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍

ଅହମ୍ମଦାବାଦ: ଶେଷ ଦୁଇ ବଲ୍‌ରେ ୬ ଓ ୪ ମାରି ଚେନ୍ନାଇ ସୁପର କିଙ୍ଗସକୁ ବିଜୟ ଭେଟି ଦେଇଥିଲେ । ଦ୍ବିତୀୟ ଟାଇଟଲ ସ୍ବପ୍ନ ଦେଖୁଥିବା ୫ ୱିକେଟରେ ପରାସ୍ତ ହୋଇ ଗୁଜୁରାଟ ଟାଇଟନ୍ସ ନିରାଶ ହୋଇଥିଲା । ଏହାପରେ ଚେନ୍ନାଇର ଆରମ୍ଭ ହୋଇଯାଇଥିଲା ବିଜୟ ସେଲିବ୍ରେସନ । ପ୍ରଶଂସକ ଆତ୍ମବିଭୋର ହୋଇ ଉଠିଥିଲେ । ଆତସବାଜିରେ ଆକାଶ ରଙ୍ଗୀନ ହୋଇଥିଲା । ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତି ଇତିହାସ ରଚିଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ୨୫ ବଲ୍‌ରେ ୪୭ ରନ୍‌ କରିଥିଲା ଡେଭନ କନ୍‌ୱେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମହାମୁକାବିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜୁରାଟ ୪ ୱିକେଟ ହରାଇ ୨୧୪ ରନ କରିଥିଲା । ଦୁଇ ଓପନର ଶୁଭମନ ଗିଲ୍‌ ଓ ରିଦ୍ଧିମାନ ଶାହ ଦମଦାର ଆରମ୍ଭ କରିଥିଲେ । ଶୁଭମନ ଗିଲ ୩୯ ରନ କରି ଷ୍ଟମ୍ପିଂ ହୋଇଥିଲେ । ପରେ ପରେ ରିଦ୍ଧିମାନ ଶାହା ୩୯ ବଲରେ ୫୪ ରନ କରି ଆଉଟ ହୋଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ଦଳ ପାଇଁ ସାଇ ସୁଦର୍ଶନ ଦମଦାର ବ୍ୟାଟିଂ କରିଥିଲେ । ପଡ଼ିଆରେ ଚୌକା ଛକା ବର୍ଷା କରିଥିଲେ । ୪୭ ବଲ୍‌ରୁ ୮ ଚୌକା ଓ ୬ ଛକା ସହ ୯୬ ରନ୍‌ କରିଥିଲେ । ୯୬ ରନ୍‌ କରି ଆଉଟ୍‌ ହୋଇଥିଲେ ସୁଦର୍ଶନ । ଶତକରୁ ବଞ୍ଚିତ ଥିଲେ ମାତ୍ର ଦଳ ପାଇଁ ବିଶାଳ ରନ୍‌ ସ୍କୋର କରିଥିଲେ । ପରେ ପିଚ୍‌କୁ ଆସିଥିଲେ ରାସିଦ ଖାନ । ସେ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଚେନ୍ନାଇକୁ ୨୧୫ ରନ ଟାର୍ଗେଟ ମିଳିଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର, ଜାଡେଜା ଓ ପଥିରଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୨୧୫ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ପ୍ରଥମ ଓଭର ବ୍ୟାଟିଂ କରୁଥିବା ସମୟରେ ଅଚାନକ ବର୍ଷା ହୋଇଥିଲା । ଏହା ପରେ ମ୍ୟାଚ ଦୀର୍ଘ ସମୟ ପାଇଁ ବନ୍ଦ ରହିଥିଲା । ବର୍ଷା ଛାଡିଥିଲା ହେଲେ ସମୟ କମ୍‌ ଥିଲା । ତେଣୁ ଡିଏଲ ପ୍ରଣାଳୀ ବା ଡକୱାର୍ଥ ଲୁଇସ ନିୟମ ଅନୁସାରେ ଚେନ୍ନାଇକୁ ୧୫ ଓଭରରେ ୧୭୧ ରନ କରିବାକୁ ଟାର୍ଗେଟ ମିଳିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ ୧୬ ବଲରେ ୨୬, ଡେଭନ କନୱେ ୨୫ ବଲରେ ୪୭ ରନ ଓ ଶିବମ ଦୁବେ ଅପରାଜିତ ୩୨ ରନ କରିଥିଲେ । ଶିବମ ଓ ରାହାଣେ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ରାହଣେ ୨୨ ରନ୍‌ କରି ଆଉଟ ହୋଇଥିଲେ । ଶେଷ ୨ ବଲ୍‌ରେ ଜିତିବାକୁ ଚେନ୍ନାଇକୁ ୧୦ ରନ୍‌ ଆବଶ୍ୟକ କରୁଥିଲା । ଶେଷ ୨ ବଲରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ଜିତାଇଥିଲେ ଜାଡେଜା । ୫ ୱିକେଟ ହରାଇ ଚେନ୍ନାଇ ଟାର୍ଗେଟ ହାସଲ କରିଥିଲା । ବିଜୟ ଲକ୍ଷ୍ୟ, ବର୍ଷା ବାଧକ ଓ ବିଳମ୍ବିତ ରାତିରେ ବି ଚେନ୍ନାଇ ତାର ଫ୍ୟାନ୍ସଙ୍କୁ ନିରାଶ କରିନଥିଲା । ସବୁ ପରିସ୍ଥିତିର ମୁକାବିଲା କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ଅଭିଜ୍ଞ ଅଧିନାୟ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ପକ୍ଷରୁ ମୋହିତ ଶର୍ମା ୩ଟି ୱିକେଟ ନେଇଥିବା ବେଳେ ନୁର ୨ଟି ୱିକେଟ ନେଇଥିଲେ । ଆଉ କୌଣସି ବୋଲର ୱିକେଟ ନେବାରେ ସଫଳ ହୋଇ ପାରନଥିଲେ ।