ହରିଆଣାରେ ଇଣ୍ଟରନେଟ କର୍ଫ୍ୟୁ ସମୟ ବୃଦ୍ଧି: ୭ ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିବ ବନ୍ଦ

ଚଣ୍ଡିଗଡ଼,ଏଜେନ୍ସି: ଚାଷୀମାନଙ୍କ ବଢ଼ୁଥିବା ଆନ୍ଦୋଳନକୁ ଲକ୍ଷ କରି ହରିଆଣା ସରକାର ଇଣ୍ଟରନେଟ ସେବା କଟକଣା ସମୟ ସୀମାକୁ ଆସନ୍ତାକାଲି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏସଏମଏସ୍, ଓ ସମସ୍ତ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଏଥିରୁ କଲ୍ ସେବାକୁ ବାଦ ଦିଆଯାଇଛି। ସେବାରୁ ବର୍ହିଭୂତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି- କୈଥଲ, ପାନିପତ, ଜିନ୍ଦ, ରୋହତକ, ଚରଖି ଦାଦ୍ରି, ସୋନିପତ ଓ ଝାଝର।

ଏଥିସହିତ କୁହାଯାଇଛି ଯେ, ହରିଆଣା ଜିଲ୍ଲାରେ ଚାଷୀମାନେ ନୂତନ କୃଷି ଆଇନକୁ ନେଇ ଅନେକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହାକୁ ରୋକିବା ପାଇଁ ଜରୁରୀକାଳୀନ ପରିସ୍ଥିତିରେ ଏହି ପଦକ୍ଷେପ ନିଆଯାଇଛି।

ଏହି ଇଣ୍ଟରନେଟ ସେବା ବନ୍ଦକୁ ନେଇ ଚାଷୀମାନେ ଆଜି ଜିନ୍ଦ ଜିଲ୍ଲା ନରୱଣାର ଖଟକର ଟୋଲପ୍ଲାଜା ନିକଟରେ ରାଜରାସ୍ତା ଅବରୋଧ କରିଥିଲେ।