କାଠଯୋଡ଼ିରେ ଭାସିଗଲେ ୪ ଯୁବକ

କଟକ,ଏନ୍ଏନ୍ଏସ୍: କଟକ ତ୍ରିଶୁଳିଆ ନିକଟ କାଠଯୋଡ଼ି ନଦୀରେ ଭାସିଗଲେ ୪ ଜଣ ଯୁବକ। ଭାସି ଯାଉଥିବା ବେଳେ ବୁଦାରେ ଲାଗିଥିବା ୨ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ। ଅନ୍ୟ ୨ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ଯୁବକଙ୍କୁ ଠାବ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ନିଖୋଜ ଓ ଉଦ୍ଧାର ୪ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।