କିଭ୍,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଅଧିକ ବିପଦ ଆଡ଼କୁ ମୁହାଁଉଛି। ରୁଷୀୟ ସେନା ୟୁକ୍ରେନ୍କୁ ଚାରିଆଡୁ ଘେରିଛି। ଏହାରି ମଧ୍ୟରେ ରୁଷିଆ ବୟାନ ଦେଇଛି ଯେ, ଯୁଦ୍ଧରେ ରୁଷିଆ ୪୯୮ ଜଣ ସୈନିକଙ୍କୁ ହରାଇଛି। ଅପରପକ୍ଷେ ୟୁକ୍ରେନ୍ କହିଛି, ଯୁଦ୍ଧରେ ପରାଜିତ ହୋଇ ରୁଷିଆ ଫେରିବ।
ୟୁକ୍ରେନ୍ର ଭିନ୍ନ ସହରରେ ରୁଷିଆ ଦ୍ୱାରା ଆକ୍ରମଣ କରାଯାଉଛି। ଖାରକିଭ ସହିତ ଅନ୍ୟ ସହରରେ ବୋମାମାଡ଼ର ଶବ୍ଦ ଶୁଭୁଛି। ଏକ ସ୍କୁଲର ବେସମେଣ୍ଟରେ ୧୦ ଜଣ ଲୋକ ଫସିଛନ୍ତି। ଏଥିରେ ଅଛନ୍ତି ୮ ଜଣ ଶିଶୁ। ରୁଷିଆ ଗୋଟିଏ ପରେ ଗୋଟିଏ ସହରକୁ ନିଜର ଅକ୍ତିଆରକୁ ନେଉଛି। ଖେରସନ ସହରକୁ ନିଜର ଅଧିନକୁ ଆଣିଛି। ୟୁକ୍ରେନ୍ କିନ୍ତୁ ଦାବି କରିଛି ଯେ, ମାର୍ଚ୍ଚ ୨ ତାରିଖରେ ରୁଷିଆର ୩ଟି ବିମାନ ଓ ୨ଟି ହେଲିକପ୍ଟର ଉପରେ ଆକ୍ରମଣ କରାଯାଇ ଖସାଇ ଦିଆଯାଇଛି।
ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କୁ ଜାଣି ରିଖିବା ଉଚିତ ଯେ, ଏଠାରେ ତାଙ୍କୁ କିଛି ମିଳିବ ନାହିଁ। କାହାରିକୁ ବିଜୟ ହାସଲ ହୋଇପାରିବ ନାହିଁ। ଯେତେ ଯାହା ଯୁଦ୍ଧ ସାମଗ୍ରୀ ହେଉ ଅଥବା ଲୋକ ବଳ ହେଉ, ଏଥିରେ କିଛି ପରିବର୍ତ୍ତନ ହେବ ନାହିଁ। ରୁଷିଆ ପ୍ରତିଟି ସ୍ଥାନରେ ହାରିକି ଯିବ।