କେନ୍ଦ୍ରାପଡା,ଏନ୍ଏନ୍ଏସ୍: ୨୦୧୮ ମସିହାର ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ରାଜନଗର ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇଛନ୍ତି କେନ୍ଦ୍ରାପଡା ପକ୍ସୋ କୋର୍ଟ। ଏହି ମାମଲାରେ ଦୀର୍ଘ ୪ ବର୍ଷ ପରେ ଫଇସଲା ହୋଇଛି। ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି।
୨୦୧୮ ମସିହାରେ ଏହି ମାମଲା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପରେ ପୁଲିସ ତଦନ୍ତ କରି ଦୀର୍ଘ ଦିନ ପରେ ଦୁଷ୍କର୍ମକାରୀକୁ ଗିରଫ କରିଥିଲା ଓ ତାକୁ ଆଜି ଦଣ୍ଡ ଦିଆଯାଇଛି।