କିଭ୍,ଏଜେନ୍ସି: ରୁଷିଆର ଲଗାତାର ଆକ୍ରମଣ ଓ ରାଜଧାନୀ କିଭ୍କୁ ଘେରାଯିବା ପରେ ରାଷ୍ଟ୍ରପତି ଜେଲେନସ୍କି ନିଜ ଦେଶ ୟୁକ୍ରେନ୍ରେ ହିଁ ରହିଛନ୍ତି। ଶୁକ୍ରବାର ରାତିରେ ଏକ ଭିଡିଓ ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଜେଲେନ୍ସ୍କି ଏହି ଭିଡିଓକୁ ଜାରି କରିଛନ୍ତି।
ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ୍ର ରାଜଧାନୀ କିଭ୍ରୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଆମେ କିଭ୍ରେ ଅଛୁ। ଆମେ ୟୁକ୍ରେନ୍ର ରକ୍ଷା କରୁଛୁ। ଅର୍ଥାତ ଜେଲେନ୍ସ୍କି ଭିଡିଓ ଜରିଆରେ ୟୁକ୍ରେନ୍ର ନେତୃତ୍ୱ ଏବଂ ସଂସଦର କିଭ୍ରେ ଉପସ୍ଥିତ ଥିବା ନେଇ ଘୋଷଣା କରିଛନ୍ତି।
ଏହା ପୂର୍ବରୁ ଏକ ଭାବୁକପୂର୍ଣ୍ଣ ଭିଡିଓ ଜାରି କରି ୟୁକ୍ରେନ୍ର ରାଷ୍ଟ୍ରପତି କହିଥିଲେ ଯେ, ମୁଁ ୟୁକ୍ରେନ୍ରେ ଅଛି ଏବଂ ମୋର ପରିବାର ୟୁକ୍ରେନ୍ରେ ଅଛନ୍ତି। ମୋର ସନ୍ତାନମାନେ ମଧ୍ୟ ୟୁକ୍ରେନ୍ରେ ଅଛନ୍ତି। ସେ ବିଶ୍ୱାସଘାତକ ନୁହଁନ୍ତି। ସେ ୟୁକ୍ରେନ୍ର ନାଗରିକ ବୋଲି କହିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, ତାଙ୍କୁ ସୂଚନା ମିଳିଛି ଯେ, ଶତ୍ରୁମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ପରିବାରକୁ ମଧ୍ୟ ରୁଷିଆ ଟାର୍ଗେଟ କରିଛି।