୪୦ ବର୍ଷ ପରେ ଭାରତରେ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି ବୈଠକ, ମୁମ୍ବାଇରେ ହେବ ଆଇଓସିର ୧୪୦ ତମ ବୈଠକ

ଆଜି ବେଜିଂରେ ଅନୁଷ୍ଠିତ ୧୩୯ ତମ ଅଲିମ୍ପିକ୍ କମିଟି ବୈଠକ ବସିଥିଲା ଓ ଏହି ବୈଠକରେ ପରବର୍ତ୍ତୀ ବୈଠକ ଭାରତରେ ବସିବା ନେଇ ନିଷ୍ପତି ହୋଇଛି। ଆସନ୍ତା ୨୦୨୩ରେ ମୁମ୍ବାଇ ଠାରେ ଆଇଓସିର ୧୪୦ ତମ ବୈଠକ ବସିବାକୁ ଯାଉଛି। ଏହାପୂର୍ବରୁ ୧୯୮୩ ମସିହାରେ ଦିଲ୍ଲୀରେ ଏହି ଅନ୍ତରାଷ୍ଟ୍ରିୟ ଅଲମ୍ପିକ୍ କମିଟି ବୈଠକ ଆୟୋଜିତ ହୋଇଥିଲା।

ଭାରତରୁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ୧୩୯ ତମ ବୈଠକରେ ଅଭିନାବ ବିନ୍ଦ୍ରା, ନରିନ୍ଦର ବତ୍ରା ଏବଂ ନୀତା ଅମ୍ବାନୀ ଯୋଗ ଦେଇଥିଲେ। ଅଲିମ୍ପିକ୍ସରେ ଏକକ ଇଭେଭଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଭିନାବ ହେଉଛନ୍ତି ଭାରତର ପ୍ରଥମ ଅଲମ୍ପିକଆନ୍।

ବତ୍ରା ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ହୋଇଥିବାବେଳେ ନୀତା ଅମ୍ବାନୀ ଭାରତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଅଟନ୍ତି। ତେବେ ଏହି ବୈଠକରେ ଭାରତର କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗ ଦେଇଥିଲେ।

୨୦୨୩ ର ଗ୍ରୀଷ୍ମ ସମୟରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅଲିମ୍ପିକ୍ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।