ଭୁବନେଶ୍ବର,ଏନ୍ଏନ୍ଏସ୍: ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ପେଟ୍ରୋଲିୟମ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡ (ପିଏସ୍ପିବି) ପ୍ରଥମ ହକି ଇଣ୍ଡିଆ ପୁରୁଷ ଅନ୍ତଃବିଭାଗୀୟ ଜାତୀୟ ପ୍ରତିଯୋଗିତାରେ ବିଜେତା ହୋଇଛି। ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ଫାଇନାଲ୍ରେ ପିଏସ୍ପିବି ୨-୧ ଗୋଲ୍ରେ ରେଲୱେ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡ (ଆର୍ଏସ୍ପିବି)କୁ ପରାସ୍ତ କରିଥିଲା।
ପିଏସ୍ପିବି ପକ୍ଷରୁ ଦିବାକର ରାମ (୨୩ ମିନିଟ୍) ଓ ସୁନିଲ ଯାଦବ (୫୬ ମିନିଟ୍) ଗୋଟିଏ ଲେଖାଏଁ ଦେଇଥିଲେ। ଆର୍ଏସ୍ପିବି ପକ୍ଷରୁ ନୀଳକାନ୍ତ ଶର୍ମା (୪୩ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଥିଲେ। ବୀରେନ୍ଦ୍ରଙ୍କ ନେତୃ୍ାଧୀନ ପିଏସ୍ପିବି ପକ୍ଷରୁ ଆଉ ଜଣେ ଓଡ଼ିଆ ରୋସନ ମିଞ୍ଜ ଖେଳିଥିଲେ। ସେହିପରି ଆର୍ଏସ୍ପିବି ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସ, ସୁମନ ବେକ ଓ ସୁମନ କୁଜୁରଙ୍କୁ ସ୍ଥାନ ମିଳିଥିଲା।
ଅନ୍ୟପକ୍ଷରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ୬-୧ ଗୋଲ୍ରେ ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ୍କୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଥିଲା। ପିଏନ୍ବି ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ଓଡ଼ିଆ ଖେଳାଳି ବନମାଳୀ ଖେସ୍।