ସେପ୍ଟେମ୍ବର ୨ରେ ନୌସେନାରେ ସାମିଲ ହେବ ‘ଆଇଏନଏସ ବିକ୍ରାନ୍ତ’

ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ‘ଆଇଏନଏସ ବିକ୍ରାନ୍ତ’ ନୌସେନାରେ ସାମିଲ ହେବାକୁ ଯାଉଛି । କେରଳର କୋଚ୍ଚିରେ ସେପ୍ଟେମ୍ବର ୨ ତାରିଖରେ ଆଇଏନଏସ ବିକ୍ରାନ୍ତର କମିଶନିଙ୍ଗ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ଏନେଇ ଭାରତୀୟ ନୌସେନା ପକ୍ଷରୁ ଘୋଷଣା କରାଯାଇଛି ।

ଭାରତୀୟ ନୌସେନା ସହ-ମୁଖ୍ୟ ଏସ ଏନ ଘୋରବଡ଼େ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ସେପ୍ଟେମ୍ବର ୨ ଭାରତ ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି । ଭାରତ ଦେଶର ଶ୍ରେଷ୍ଠ ୬ ଦେଶରେ ସାମିଲ ହେଉଛି ଯାହାଙ୍କଠାରେ ୪୦ ହଜାର ଟନ୍ ଏୟାରକ୍ରାଫ୍ଟ କ୍ୟାରିୟର ପ୍ରସ୍ତୁତ କରିବାର କ୍ଷମତା ରହିଛି । ଅନ୍ୟ ୫ଟି ଦେଶ ହେଲେ ଆମେରିକା, ଚୀନ, ଋଷ, ଫ୍ରାନ୍ସ ଓ ଇଂଲଣ୍ଡ । ଆଇଏନଏସ ବିକ୍ରାନ୍ତ ଭାରତର ଯୁଦ୍ଧ ଜାହଜରେ ସାମିଲ ହେବା ପରେ ଇଣ୍ଡୋ-ପାସିଫିକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ସାହଯ୍ୟ ମିଳିବ ।