ଜାତି ସଂଘରେ ଇମ୍ରାନ୍‌ଙ୍କ ଭାଷଣର ଜବାବ ଦେଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଭାଷଣର ପ୍ରତିାବଦରେ ଭାରତ ପକ୍ଷରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମୈତ୍ରୀ ଉତ୍ତର ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଆଣବିକ ଧ୍ୱଂସଲୀଳା ରଚିବା ନିମନ୍ତେ ଖାଁଙ୍କ ଧମକରୁ ଜଣାଯାଉଛି ଯେ ସେ ଭାରତକୁ ନେଇ କେତେ ବିଚଳିତ ହୋଇପଡ଼ିଛନ୍ତି। ସେ ଆହୁରି କହିଲେ ଯେ ଖାଁଙ୍କ ଭାଷଣ ଜାତିସଂଘରେ ଜନସମୂହଙ୍କ ମଧ୍ୟରେ ବିଦ୍ୱେଷ ସଂରଚନା କରୁଛି। ପାର୍ଥକ୍ୟ ଶାଣିତ କରୁଛି ଏବଂ ଘୃଣାଭାବ ପୋଷଣ କରାଉଛି। ସରଳ ଭାବେ କହିଲେ ଏହା ଗୋଟାଏ ବିଦ୍ୱେଷାତ୍ମକ ଭାଷଣ। ପାକିସ୍ତାନ ସ୍ୱୀକାର କରିବ କି, ସେ ହେଉଛି ବିଶ୍ୱରେ ଏକମାତ୍ର ସରକାର ସେ ଜାତିସଂଘର ଅଲ-କାଏଦା ଏବଂ ଦାଏସ୍‌ କଟକଣା ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ପେନ୍‌ସନ୍‌ ଦେଉଛି।

ସୂଚନା ଅନୁସାରେ ଏହି ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ବିଷୋଦ୍‌ଗାର କରିବା ସହ ତାଙ୍କ ପାଖରେ ପରମାଣୁ ବୋମା ଥିବା କହିଥିଲେ। ତେବେ ତାଙ୍କର ଏହି ଭାଷଣରେ ସେ ଭାରତକୁ ପରମାଣୁ ବୋମାର ଆକ୍ଷେପ  କରିଥିଲେ।