ଟେକ୍ନୋଲୋଜିର ଅଭାବରୁ ସୃଷ୍ଟି ଅସାମନତା, ଏହାକୁ ହଟାଇବାକୁ ହେବ: ମୁଖ୍ୟ ବିଚାରପତି

ନାଗପୁର,ଏଜେନ୍ସି: କରୋନା ଭୂତାଣୁ ମହାମାରୀ ସକାଶେ ବର୍ତ୍ତମାନ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି। ସେହିପରି କୋର୍ଟ କାର୍ଯ୍ୟ ତଥା ଶୁଣାଣି ମଧ୍ୟ ଅନଲାଇନରେ ହେଉଛି। ଫଳରେ ଅନଲାଇନ ବ୍ୟବହାର ଜାଣି ନଥିବା ତଥା ଟେକ୍ନୋଲୋଜିର ଅଭାବ ଥିବା ଅଞ୍ଚଳର ଲୋକଙ୍କ ପ୍ରତି ଅସାମନତା ହେଉଛି। ତେଣୁ ତୁରନ୍ତ ଏହାର ସମାଧାନ କରାଯିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସରଦ ଅରବିନ୍ଦ ବୋବଡେ ଏ ବିଷୟରେ ଟିପ୍ପଣୀ କରିଛନ୍ତି। ଏଥିସହିତ ମହାମାରୀ ସମୟରେ କୋର୍ଟ କାର୍ଯ୍ୟକୁ ଯେଉଁଭଳି ଭାବରେ କରାଯାଇଛି ସେନେଇ ସେ ଗର୍ବିତ ବୋଲି କହିଛନ୍ତି।

ନ୍ୟାୟ କୁଶଳ ଇ-ରିସୋର୍ସ ସେଣ୍ଟର ଓ ଜୁଡିସିଆଲ ଅଫିସର ଟ୍ରେନିଂ କେନ୍ଦ୍ରରେ ମହାରାଷ୍ଟ୍ର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ପାଇଁ ଭର୍ଚ୍ଚୁଆଲ କୋର୍ଟର ଉଦଘାଟନ ସମୟରେ ସିଜେଆଇ ଏହା କହିଛନ୍ତି। ତେବେ ନ୍ୟାୟ କୁଶଳ କେନ୍ଦ୍ର ଦେଶର ପ୍ରଥମ ଇ-ରିସୋର୍ସ କେନ୍ଦ୍ର ଯେଉଁଠାରେ ଦେଶର କୌଣସି କୋର୍ଟରେ ଅନଲାଇନରେ କେସ ଫାଇଲ କରିହେବ ବୋଲି କୁହାଯାଇଛି।