ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଦଳ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟରେ ଶତାଧିକ କର୍ମୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସମ୍ପାଦକ ରାମ ପଟ୍ଟନାୟକ , ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ, ପୂର୍ବତନ ସରପଞ୍ଚ ଇର୍ମା ପଡ଼ିଆମି, ପର୍ଶୁରାମ ଭକ୍ତ, ଛବି ଦାସ, ପଦ୍ମ ପାଙ୍ଗି, ଡି.ଚିନ୍ନା ରାଓ ପ୍ରମୁଖ ଉପସ୍ଥିତ ଥିଲେ।