ଆଜିଠୁ କଳିଙ୍ଗରେ ମହିଳା ଫୁଟବଲ ବିଶ୍ବକପ

ହାଇଦ୍ରାବାଦ,ଏଜେନ୍ସି: ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଗ୍ରୁପ ‘ଏ’ ରେ ଭାରତ ସହିତ ଆମେରିକା, ବ୍ରାଜିଲ, ଏବଂ ମରକ୍କୋ ରହିଛନ୍ତି । ନବୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଅଣ୍ଡର ୧୭ ମହିଳା ଫିଫା ବିଶ୍ବକପ ପାଇଁ ଭେନ୍ୟୁ ଘୋଷଣା ହୋଇଛି । ଭାରତ ଓ ଆମେରିକା ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପରସ୍ପରକୁ ଭେଟିବେ ।

ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଥୋମାସ ଡେନରେବୀ କହିଛନ୍ତି, “ଭାରତୀୟ ମହିଳା ଦଳ ବିଶ୍ବକପ ପାଇଁ ପ୍ରସ୍ତୁତ ରହିଛନ୍ତି । ୧୭ ବର୍ଷରୁ କମ ମହିଳା ଫୁଟବଲ ଦଳ ପ୍ରଥମ ଥର ପାଇଁ ବିଶ୍ବକପରେ ଭାଗ ନେବାକୁ ଯାଉଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଗୋଟିଏ ଗୋଲ କରିଲେ ମଧ୍ୟ ଏହା ଭାରତୀୟ ଦଳ ପାଇଁ ବଡ ଉପଲବ୍ଧି ହେବ । ଆମେରିକାର ପଲ୍ଲା ଭାରି ରହିଥାଏ ପାରେ ହେଲେ ଭାରତୀୟ ମହିଳା ମଧ୍ୟ ସେମାନଙ୍କୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ରହିଛନ୍ତି । ଫୁଟବଲ ମ୍ୟାଚ ୯୦ରୁ ୯୫ ମିନିଟ ପର୍ଯ୍ୟନ୍ତ ଖେଳାଯାଇଥାଏ । ଆଉ ଏହି ଟାଇମ ମଧ୍ୟରେ ଆମେ ଆମେରିକାକୁ ହରାଇପାରିବା ।”