ଅଧା ପାଠପଢ଼ାକୁ ପୂରା କରିବା ପାଇଁ ଚୀନ ଯାଇପାରିବେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଲଗାଯାଇଥିବା କଟାକଣା ପ୍ରାୟ ୨ ବର୍ଷରୁ ଅଧିକ ବିତିଯାଇଥିବାରୁ ଭାରତୀୟ ଛାତ୍ରଙ୍କୁ ଚୀନ ପାଠପଢ଼ା ପାଇଁ ଫେରିବାକୁ ଅନୁମତି ଦେଇଛି । ଏନେଇ ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲିଜିୟନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଝାଓ ଲିଜିୟନ କହିଛନ୍ତି ଯେ, ପାଠପଢ଼ା ପାଇଁ ଚୀନ ଫେରିବାକୁ ନେଇ ଭାରତୀୟ ଛାତ୍ରଙ୍କ ଚିନ୍ତାକୁ ଆମ ଦେଶ ଅଧିକ ମହତ୍ତ୍ୱ ଦେଉଛି । ଅନ୍ୟ ଦେଶର ପିଲାଙ୍କ ଚୀନ ଫେରିବାର ଅନୁଭୂତିକୁ ଆମେ ଭାରତୀୟ ଛାତ୍ରଙ୍କଠାରେ ବ୍ୟକ୍ତ କରିଛୁ । ଭାରତୀୟ ଛାତ୍ରଙ୍କ ଫେରିବା ପାଇଁ କାମ ଆରମ୍ଭ ହୋଇଯାଇଛି । ବାସ୍ତବରେ ଯେଉଁ ଛାତ୍ରଙ୍କୁ ଚୀନ ଆସିବାର ଆବଶ୍ୟକତା ରହିଛି ଭାରତୀୟ ପକ୍ଷକୁ କେବଳ ସେମାନଙ୍କ ସୂଚୀ ପ୍ରଦାନ କରିବାକୁ ପଡ଼ିବ ।