୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ‘କୋଭୋଭାକ୍ସ’ ଭ୍ୟାକ୍ସିନକୁ ଅନୁମତି

ନୂଆଦିଲ୍ଲୀ: ପିଲାଙ୍କ ଭ୍ୟାକ୍ସିନ ସହ ଜଡ଼ିତ ଏକ ଭଲ ଖବର ସାମ୍ନାକୁ ଆସିଛି । ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ‘କୋଭୋଭାକ୍ସ’କୁ ଏନଟିଏଜିଆଇ ଅନୁମତି ପ୍ରଦାନ କରିଛି । ଦେଶରେ ଭ୍ୟାକ୍ସିନ ଅଭିଯାନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦିଗରେ ଏନଟିଏଜିଆଇ ସରକାରଙ୍କୁ ପରାମର୍ଶ ଦେଇଥାଏ ।

ଏନଟିଏଜିଆଇର ସୁପାରିସ ପରେ ପ୍ରସ୍ତାବ ସରକାରଙ୍କ ପାଖକୁ ଯିବ । ଏହାପରେ ଭ୍ୟାକ୍ସିନର ଜରୁରୀକାଳୀନ ଉପଯୋଗ ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିବ ।

ସୂଚନାଯୋଗ୍ୟ, ଭାରତରେ ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷ ପିଲାଙ୍କର ଟିକାକରଣ ଆରମ୍ଭ ହୋଇଯାଇଛି । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ କୋର୍ବୋଭେକ୍ସ ଭ୍ୟାକ୍ସିନ ବର୍ତ୍ତମାନ ପିଲାଙ୍କ ପାଇଁ ଉପଯୋଗ ହେଉଛି ।