ହିଂସା ପରେ ପଟିୟାଲାରେ ଜାରି ହେଲା କର୍ଫ୍ୟୁ

ନୂଆଦିଲ୍ଲୀ: ପଞ୍ଜାବର ପଟିୟାଲାରେ ଆଜି ୨ଟି ସମୁଦାୟ ମଧ୍ୟରେ ହୋଇଥିବା ହିଂସା ଯୋଗୁ ଏବେ ସହରରେ କର୍ଫ୍ୟୁ ଜାରି କରାଯାଇଛି । ଏହି କର୍ଫ୍ୟୁ ସଂଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ । ହିଂସା ମାମଲାରେ ପଟିୟାଲା ପୁଲିସ ମାମଲା ଦାୟର କରିବା ସହ ଗିରଫ ମଧ୍ୟ କରାଯାଇଛି । ୨ ପକ୍ଷ ମଧ୍ୟରେ ଶାନ୍ତି କମିଟୀର ବୈଠକ କରାଇବା ପାଇଁ ଚେଷ୍ଟା କରାଯାଉଥିବା ନେଇ ସୂଚନା ମିଳିଛି । ହିଂସା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସ୍ଥିତି ସମୀକ୍ଷା କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ ।

ପଟିୟାଲାରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ, ପଟିୟାଲାରେ ହିଂସା ଘଟଣା ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ । ମୁଁ ଡିଜିପିଙ୍କ ସହ କଥା ହୋଇଛି । ଆମେ ସ୍ଥିତି ଉପରେ ନଜର ରଖିଛୁ ଏବଂ କାହାକୁ ବି ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଦେବୁନାହିଁ ।