ଗତବର୍ଷ ଅପେକ୍ଷା ଏଥର ଫେବୃଆରୀରେ ୧୮ ପ୍ରତିଶତ ଅଧିକ ଜିଏସଟୀ ଆଦାୟ

ନୂଆଦିଲ୍ଲୀ: ୨୦୨୨ରେ ଆଦାୟ ହୋଇଥିବା ଜିଏସଟିର ସଂଖ୍ୟା ଜାରି କରାଯାଇଛି । ୨୦୨୨ ଫେବୃଆରୀରେ ୧ଲକ୍ଷ ୩୩ହଜାର ୨୬ କୋଟି ଟଙ୍କାର ସଫଳ ଜିଏସଟୀ ରାଜସ୍ୱ ଏକତ୍ର କରାଯାଇଛି । ୨୦୨୧ ଫେବୃଆରୀ ତୁଳନାରେ ୨୦୨୨ ଜୀଏସଟୀ ଆଦାୟ ୧୮ ପ୍ରତିଶତ ଅଧିକ ରହିଛି । ଏଥିସହିତ ୨୦୨୦ ତୁଳନାରେ ୨୬ ପ୍ରତିଶତ ଜିଏସଟୀ ସଂଗ୍ରହ ବଢ଼ିଛି ।

ସେହିପରି ସିଜୀଏସଟୀ ଆଦାୟ ୨୪ହଜାର ୪୩୫ କୋଟି, ଏସଜୀଏସଟୀ ୩୦ହଜାର ୭୭୯ କୋଟି, ଆଇଜିଏସଟୀ ୬୭ହଜାର ୪୭୧ କୋଟି ଓ ସେସ ୧୦ହଜାର ୩୪୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି ।