କମୁଛି କରୋନା ସଂକ୍ରମଣ : ଦ୍ରୁତ ଟିକାକରଣକୁ ଶ୍ରେୟ ଦେଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ଲହର ପରେ ଏବେ ସ୍ଥିତି କାବୁ ହେବାରେ ଲାଗିଛି । ସେଥିପାଇଁ ସମସ୍ତ ରାଜ୍ୟ ଧୀରେ ଧୀରେ କଟକଣା କୋହଳ କରିବାରେ ଲାଗିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ମୁତାବକ, ବିଶ୍ୱରେ ପ୍ରତିଦିନ ପାଖାପାଖି ୧୫ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଆମେ ଦ୍ରୁତ ଗତିରେ ଟିକାକରଣ କରି ତୃତୀୟ ଲହରରେ କରୋନା ପ୍ରଭାବ କମ୍ କରିବାରେ ସକ୍ଷମ ହୋଇଛୁ । ଦ୍ୱିତୀୟ ଲହରରେ ପାଖପାଖି ୧୦ ପ୍ରତିଶତ ଲୋକଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ତୃତୀୟ ଲହରରେ ଏହା ୯୦ ପ୍ରତିଶତରୁ ଅଧିକ ଛୁଇଁଥିଲା । ଟିକାକରଣ ଉପରେ ଆମ ପ୍ରୟାସ ସର୍ବଦା ଏମିତି ହିଁ ରହିବା ଉଚିତ ।