ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିଲା ଭାରତର ଶକ୍ତି

ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଛି । ଭାରତୀୟ ନୌସେନା ଓ ଡିଆରଡିଓ ସ୍ୱଦେଶୀ ନାଭାଲ ଆଣ୍ଟି-ସିପ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ସିକିଂର ୪୨ତମ ହେଲିକପ୍ଟର ଜରିଆରେ କରାଯାଇଛି । ମିସାଇଲ ଟେକ୍ନୋଲୋଜୀ କ୍ଷେତ୍ରରେ ଆତ୍ମନିର୍ଭର ହେବା ଲାଗି ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସୋସିଆଲ ମିଡିଆ ସାଇଟ ଏକ୍ସରେ ନୌସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ନୌସେନା ଏହି ସଫଳ ପରୀକ୍ଷଣର ଏକ ଭିଡିଓ ମଧ୍ୟ ଜାରୀ କରିଛି । ନୌସେନାର ଶକ୍ତି ବଢ଼ାଇବା ପାଇଁ ଡିଆରଡିଓ ଲଙ୍ଗ ରେଞ୍ଜ ଆଣ୍ଟି-ସିପ ମିସାଇଲ ଟେଷ୍ଟ କରିବା ପ୍ରସ୍ତୁତିରେ ରହିଛି ।