ଗୁଜରାଟ ନୁହେଁ ଲଖନଊରେ ମ୍ୟାଚ୍ ହୋଇଥିଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାନ୍ତା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୱାର୍ଲ୍ଡକପ ୨୦୨୩ ଫାଇନାଲ ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ କରାଯିବାକୁ ନେଇ ଟିପ୍ପଣୀ ଦେଇଛନ୍ତି । ଅଖିଳେଶ କହିଛନ୍ତି ଯେ, ମ୍ୟାଚ ଗୁଜରାଟରେ ନହୋଇ ଲଖନଊରେ ହୋଇଥିଲେ ଟିମକୁ ଖୁବ୍ ଆଶୀର୍ବାଦ ମିଳିଥାନ୍ତା । ବିଜେପି ରହିପାରିଲାନି ବୋଲି ଷ୍ଟାଡିୟମର ନାଁ ବଦଳାଇ ଅଟଳ ବିହାରୀ ବାଜପେୟୀଙ୍କ ନାଁ ରଖିଥିଲା । ଯଦି ମ୍ୟାଚ ଏଠାରେ ହୋଇଥାନ୍ତା ତା’ହେଲେ ଭଗବାନ ବିଷ୍ଣୁ ଓ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦ ମିଳିଥାନ୍ତା । ପିଚରେ ସମସ୍ୟା ଥିଲା ବୋଲି ମଧ୍ୟ ଲୋକେ କହୁଛନ୍ତି ।

ସୂଚନାଯୋଗ୍ୟ, ଅଖିଳେଶ ଯାଦବ ଏହି ମନ୍ତବ୍ୟ ସମାଜବାଦୀ ପାର୍ଟିର ପିଡିଏ ସାଇକେଲ ଓ ପଦଯାତ୍ରା ସମାପନ ଅବସରରେ କହିଥିଲେ ।