‘ଦାଦା’ଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସେଡର କଲେ ‘ଦୀଦୀ’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସେଡର ଘୋଷିତ କରିଛନ୍ତି । ଦୀଦୀଙ୍କ ଏହି ଫଇସଲା ବିଜେପିକୁ ପସନ୍ଦ ଆସିନଥିବା ନେଇ ଚର୍ଚ୍ଚା ହେଉଛି । ବିଜେପି ପାଇଁ ଏହା ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି । କାରଣ ବିଜେପି ଗାଙ୍ଗୁଲୀଙ୍କୁ ପାର୍ଟି ସପକ୍ଷରେ କରିବା ପାଇଁ ଦୀର୍ଘ ଦିନରୁ ପ୍ରୟାସ ଜାରୀ କରିଥିଲା ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗାଙ୍ଗୁଲୀଙ୍କୁ ଚଳିତ ବର୍ଷ ତ୍ରିପୁରା ଟୁରିଜିମର ବ୍ରାଣ୍ଡ ଆମ୍ବାସେଡର ନିଯୁକ୍ତ କରାଯାଇଥିଲା । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଘୋଷଣା କରିଥିଲେ ।