ରାଜ୍ୟଗୋଷ୍ଠୀ କ୍ରୀଡା: ହକି ଫାଇନାଲରେ ପୁରୁଷ ଭାରତୀୟ ଦଳ

ବର୍ମିଂହାମ,ଏଜେନ୍ସି: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁଜି-୨୦୨୨) ହକି ମ୍ୟାଚରେ ଭାରତୀୟ ପୁରୁଷ ଦଳର ଦମଦାର ପ୍ରଦର୍ଶନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ ମୁକାବିଲାରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି । ୩-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି ପୁରୁଷ ଦଳ । କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିିଛି ଦଳ ।

ପ୍ରଥମରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲା ଭାରତ। ପ୍ରଥମ କ୍ବାର୍ଟରରେ କୌଣସି ଗୋଲ ହୋଇପାରିନଥିଲା । ୨୦ ମିନିଟରେ ଭାରତର ଅଭିଷେକ ପ୍ରଥମ ଗୋଲ କରିଥିଲେ । ୨୮ ମିନିଟରେ ଭାରତର ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ମଧ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଗୋଲ ପରିଶୋଧ କରଥିଲା । ୩୩ ମିନିଟରେ ଦଳ ଏକ ଗୋଲ କରିଥିଲା । ଦକ୍ଷିଣ ଆଫ୍ରିକାର ରିୟାନ ଜୁ ଲିୟସ ପେନାଲ୍ଟି କର୍ଣ୍ଣରରୁ ଗୋଲ ସ୍କୋର କରିଥିଲେ । ଏହା ପରେ ୫୮ ମିନିଟରେ ଭାରତର ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ ଦେଇଥିଲେ। ପରବର୍ତ୍ତୀ ମିନିଟରେ ଦକ୍ଷିଣ ଆଫ୍ରିକାର ମୁସ୍ତାଫା ଗୋଲ କରିଥିଲେ ବି ତାହା ଯଥେଷ୍ଟ ନଥିଲା ଫଳରେ ୩-୨ରେ ଭାରତ ମ୍ୟାଚଟିକୁ ଜିତି ଫାଇନାଲରେ ପ୍ରବେଶ କରିଛି । ରୌପ୍ୟ ପଦକ ନିଶ୍ଚିନ୍ତ କରିଛି ଭାରତୀୟ ହକି ଦଳ ।

ପ୍ରକାଶ ଥାଉ କି ଟୋକିଓ ଅଲମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପାଇଁ ଖେଳିବ ଭାରତ । ସେପଟେ ସେମିଫାଇନାଲରେ ମହିଳା ହକି ଦଳ ସୁଟଆଉଟରେ ଅଷ୍ଟ୍ରେଲିଆଠୁ ୩-୦ରେ ପରାସ୍ତ ହୋଇଛି। ଫାଇନାଲରେ ପ୍ରବେଶ କରିବା ସ୍ବପ୍ନ ମଉଳିଛି ।