ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଉପରୀ ସିୟାଙ୍ଗ ଜିଲ୍ଲାର ସିଙ୍ଗିଙ୍ଗ ଗାଁରେ ଭାରତୀୟ ସେନାର ‘ଏଚଏଏଲ ରୁଦ୍ର’ ନାମକ ହେଲିକପ୍ଟର ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ହେଲିକପ୍ଟରରେ ୨ଜଣ ପାଇଲଟଙ୍କ ସମେତ ମୋଟ ୫ଜଣ ଥିଲେ । ସେଥିମଧ୍ୟରୁ ୨ଜଣଙ୍କ ଶବ ଜବତ ହୋଇଥିବାବେଳେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ସର୍ଚ୍ଚ ଓ ଉଦ୍ଧାର ଅଭିଯାନ ପାଇଁ ଭାରତୀୟ ସେନା ୩ଟି ହେଲିକପ୍ଟର ଉପଯୋଗ କରୁଛି ।
ଭାରତୀୟ ସେନା ମୁତାବକ, ଆର୍ମି ଏଭିଏସନ କୋରର ଏକ ହେଲିକପ୍ଟର ସକାଳ ୧୦ଟା ୪୩ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରଟି ଆସାମର ଲେକାବଲୀ ମିଲିଟ୍ରି ଷ୍ଟେସନରୁ ଗୋଟିଏ ରୁଟିନ-ସର୍ଟ ପାଇଁ ଉଡ଼ାଣ ଭରିଥିଲା ।