ଇମ୍ରାନ ଖାନ ଅଯୋଗ୍ୟ ଘୋଷିତ

ଇସଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଆୟୋଗ ଅଯୋଗ୍ୟ ଘୋଷିତ କରିଛନ୍ତି । ଫଳରେ ୫ ବର୍ଷ ପାଇଁ ଇମ୍ରାନ କୌଣସି ନିର୍ବାଚନ ଲଢ଼ି ପାରିବେନି । କ୍ଷମତାରେ ଥିବାବେଳେ ବିଦେଶୀ ନେତାଙ୍କଠାରୁ ଉପହାର ଗ୍ରହଣ ମାମଲାରେ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ÷ଅଯୋଗ୍ୟ ଘୋଷଣା ପରେ ଇମ୍ରାନ ସାଂସଦ ପଦ ମଧ୍ୟ ହରାଇଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୋଗ ସିକନ୍ଦର ସୁଲତାନା ରାଜାଙ୍କ ଅଧ୍ୟକ୍ଷତାରେ ୪ ସଦସ୍ୟ ବିଶିଷ୍ଟ ପୀଠ ଇସଲାମାବାଦରେ ଇସିପି ସଚିବାଳୟରେ ଫଇସଲା ଶୁଣାଇଛନ୍ତି । ଏହି ଫଇସଲା ୫ ସଦସ୍ୟ ବିଶିଷ୍ଟ ପୀଠର ସର୍ବସମ୍ମତିକ୍ରମେ ନିଆଯାଇଛି ।