ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ସେବାରେ ଲିଙ୍ଗଗତ ସମାନତାକୁ ଅଗ୍ରାଧିକାର ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଭାରତୀୟ ସେନାର ଏକ ଚୟନ ବୋର୍ଡ ଗଣନାଯୋଗ୍ୟ ସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣଲ ରାଙ୍କ ଲାଗି ପଦନ୍ନୋତି ପଥ ପରିଷ୍କାର କରିଛି। ଏମିତି ପ୍ରଥମଥର ହୋଇଛି ଯେତେବେଳେ କୋର୍ପ୍ସ ଅଫ୍ ସିଗନାଲ୍ସ, କୋର୍ପ୍ସ ଅଫ୍ ଇଲେକଟ୍ରୋନିକ୍ସ, କୋର୍ପ୍ସ ଅଫ୍ ଇଞ୍ଜିନିୟର୍ସ ଓ ମେକାନିକାଲ ଇଞ୍ଜିନିୟର୍ସ କାମ କରୁଥିବା ମହିଳା ଅଧିକାରୀଙ୍କୁ କର୍ଣ୍ଣଲ ପଦ ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି।
କର୍ଣ୍ଣଲ ପଦ ପାଇଥିବା ମହିଳାମାନେ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣଲ ସଙ୍ଗୀତା ସରଦାନା, ଲେଫ୍ଟନାଣ୍ଟ କର୍ଣ୍ଣଲ ସୋନିଆ ଆନନ୍ଦ, ଲେଫ୍ଟନାଣ୍ଟ କର୍ଣ୍ଣଲ ନବନୀତ ଦୁଗଲ, ଲେଫ୍ଟନାଣ୍ଟ କର୍ଣ୍ଣଲ ରୀନୁ ଖନ୍ନା ଓ ଲେଫ୍ଟନାଣ୍ଟ କର୍ଣ୍ଣଲ ଋଚା ସାଗର।