ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୩୨ କରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୩୯୩

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୦୩୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୮୬ହଜାର ୩୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୩, କଟକରୁ ୧୩୪, ବାଲେଶ୍ୱରରୁ ୬୬, ଜଗତସିଂହପୁରରୁ ୪୧, ସମ୍ବଲପୁରରୁ ୩୯, ମୟୁରଭଞ୍ଜରୁ ୩୭, ଅନୁଗୁଳରୁ ୩୦, ଯାଜପୁର, ପୁରୀ ଓ ସୁନ୍ଦରଗଡ଼ରୁ ୨୩ ଲେଖାଏଁ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୨ଜଣ ରହିଛନ୍ତି। ସେହିପରି ଭଦ୍ରକରୁ ୨୦, ନୟାଗଡ଼ରୁ ୧୯, ବରଗଡ଼ରୁ ୧୦, ରାୟଗଡ଼ାରୁ ୯, କଳାହାଣ୍ଡିରୁ ୭, ନୂଆପଡ଼ାରୁ ୬, ଦେଓଗଡ଼, ଗଞ୍ଜାମ, କନ୍ଧମାଳ ଓ କେଉଁଝରରୁ ୫ ଲେଖାଏଁ, ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ମାଲକାନଗିରିରୁ ୩ ଲେଖାଏଁ, ବଲାଙ୍ଗିର ଓ କୋରାପୁଟରୁ ୨ ଲେଖାଏଁ, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧ହଜାର ୬୯୮ ହୋଇଥିବାବେଳେ ୯ଲକ୍ଷ ୮୬ହଜାର ୩୩୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୪୨୬ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୮୮୫ଜଣ ଚିକିତ୍ସିତ ହେଉଛନ୍ତି।