ଆଜିଠୁ ଆମେରିକା ଓ ଫ୍ରାନ୍ସ ବାୟୁସେନା ସହିତ ଭାରତୀୟ ବାୟୁସେନାର ଯୁଦ୍ଧାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ୟୁନାଇଟେଡ୍ ଆରବ ଏମିରେଟ୍ସ ଆକାଶରେ ଆମେରିକୀୟ ଏବଂ ଫ୍ରାନ୍ସ ବାୟୁସେନା ସହିତ ଭାରତୀୟ ବାୟୁସେନା ଯୁଦ୍ଧାଭ୍ୟାସ ଆରମ୍ଭ ହେଉଛି। ପ୍ରଥମ ଥର ପାଇଁ ୟୁଏଇରେ ଆୟୋଜିତ ହେବାକୁ ଥିବା ଡେଜର୍ଟ ଫ୍ଲାଗ୍ ୬ରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିଛି। ଏଠାରେ ସେନା ଅନେକ ଦେଶର ବାୟୁସେନା ସହିତ ବିଶେଷ କରି ଆମେରିକା ଏବଂ ଫ୍ରାନ୍ସ ସହିତ ଯୁଦ୍ଧାଭ୍ୟାସ କରିବ। ଏଥିପାଇଁ ଅନେକ ସାମରିକ ବିମାନ ଏବଂ ବହୁ ସଂଖ୍ୟକ ବିମାନ କର୍ମଚାରୀ ସେଠାରେ ପହଞ୍ଚିଛନ୍ତି। ଏହି ଯୁଦ୍ଧାଭ୍ୟାସ ସଂଯୁକ୍ତ ରାଷ୍ଟ୍ରର ଅଲ ଧଫ୍ରା ଏୟାରବେସରେ ହେଉଛି।

ଏଥିରେ ଦକ୍ଷିଣ କୋରିଆ, ବହରିନ ଏବଂ ସାଉଦି ଆରବର ବାୟୁସେନା ମଧ୍ୟ ଭାଗ ନେଇଛନ୍ତି। ଏହି ଅଭ୍ୟାସ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଭାରତର ୬ଟି ଲଢ଼ୁଆ ବିମାନ ସୁଖୋଇ -୩୦, ଏମକେଆଇ, ଦୁଇଟି ପରିବହନ ବିମାନ ସି-୧୭ ଏବଂ ଆଇଏଲ୍-୭୮ ସହିତ ୧୫୦ ବିମାନ କର୍ମଚାରୀ ୟୁଏଇରେ ପହଞ୍ଚିଛନ୍ତି।